ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ମୁଗଡାଲି
ଆମେ ଭାରତୀୟ ମାନଙ୍କ ମୁଖ୍ୟ ଖାଦ୍ୟ ତାଲିକାରେ ପ୍ରତିଦିନ ଭାତ, ଡାଲି ନିଶ୍ଚୟ ରହିଥାଏ । ସେହି ଅନୁସାରେ ଆମେ ପ୍ରତିଦିନ ବିଭିନ୍ନ ପ୍ରକାର ଡାଲି ଖାଇଥାଉ । ଡାଲିର ସ୍ୱାଦ ମଧ୍ୟ ଅଲଗା ଅଲଗା ପ୍ରକାର ରହିଥାଏ । ସେହି ଅନୁସାରେ ହରଡ଼ ଓ ବୁଟ ଡାଲି ଅପେକ୍ଷା ମୁଗ ଡାଲି ସ୍ୱାସ୍ଥ୍ୟ ପକ୍ଷେ ସର୍ବୋତ୍କୃଷ୍ଟ ବୋଲି ଜଣାଯାଇଛି । ତେବେ ଚାଲନ୍ତୁ ଜାଣିବା ମୁଗ ଡାଲିର ଉପକାରିତା ବିଷୟରେ –
ମୁଗ ଡାଲି ରେ ଭିଟାମିନ୍ ‘ଏ’, ‘ବି’, ‘ସି’ ଏବଂ ‘ଇ’ ଭରପୂର ମାତ୍ରାରେ ରହିଛି । ଆଇରନ୍, କ୍ୟାଲସିୟମ୍, ତମ୍ବା, ଫାଇବର, ପ୍ରୋଟିନ୍, ମାଙ୍ଗାନିଜ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫୋଲେଟ୍, କପର୍, ଜିଙ୍କ ଏବଂ ଭିଟାମିନ୍ ପରି ପୋଷକ ତତ୍ତ୍ୱ ଏଥିରେ ପ୍ରଚୁର ପରିମାଣରେ ମିଳିଥାଏ । କେବଳ ମୁଗ ଡାଲି ନୁହେଁ ଏହାର ଜଳ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ ।
- ଜ୍ୱର ଏବଂ କୋଷ୍ଠକାଠିନ୍ୟ ରୋଗୀଙ୍କ ପାଇଁ ଏହାର ବ୍ୟବହାର ଅତ୍ୟନ୍ତ ଲାଭଦାୟକ ଅଟେ ।
- ମୁଗ ଡାଲି ଆପଣଙ୍କୁ ଡେଙ୍ଗୁ ଭଳି ବିପଜ୍ଜନକ ରୋଗରୁ ରକ୍ଷା କରିଥାଏ।
1. ପାଚନ ଜନିତ ସମସ୍ୟାକୁ ଦୂର କରିବା
- ମୁଗଡାଲି ନିୟମିତ ଭାବରେ ସେବନ କରିବା ଦ୍ୱାରା ଆପଣଙ୍କ ପାଚନ ସମସ୍ୟା ଠିକ ରହିଥାଏ । ଏଥିରେ ଥିବା ପୋକଟିନ ନାମକ ଫାଇବର ପାଚନ କ୍ରିୟାକୁ ସନ୍ତୁଳିତ କରେ l ଏହା ଦ୍ୱାରା ଖାଦ୍ୟ ଶୀଘ୍ର ହଜମ ହୋଇଥାଏ ।
- ମୁଗ ଡାଲରେ ପ୍ରୋଟିନ୍, ଭିଟାମିନ୍, ଫାଇବର, କାର୍ବୋହାଇଡ୍ରେଟ୍ ଓ ମିନେରାଲ୍ସ ମଧ୍ୟ ଭରପୂର। ଅନ୍ୟ ଡାଲି ପରି, ମୁଗ ଡାଲି ମଧ୍ୟ ଶରୀରରେ ଆୟୋଡିନ୍ ଅଭାବକୁ ଦୂର କରିଥାଏ। ଏହା ସହିତ ହଜମ ପ୍ରକ୍ରିୟାରେ ମଧ୍ୟ ଏହା ସହଜ।
2. ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ୍
ମୁଗ ଡାଲିରେ ବିଭିନ୍ନ ପ୍ରକାରର ପୋଷକ ତତ୍ବ ଭରି ରହିଥାଏ । ଏହାକୁ ପ୍ରତିଦିନ ଖାଇବା ଦ୍ବାରା, ଏହା ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ୍ କରିବାରେ ସାହାଯ୍ୟ କରେ ।
3. ହୃଦୟକୁ ସୁସ୍ଥ
ହାର୍ଟ ପାଇଁ ଲାଭଦାୟକ ମୁଗ । ଏହା ଅନିୟମିତ ହୃଦସ୍ପନ୍ଦନକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ମୁଗ ଡାଲିରେ ପ୍ରସ୍ତୁତ ହାଲୁକା ଉଚ୍ଚ ରକ୍ତଚାପ କିମ୍ବା ହୃଦରୋଗରେ ପୀଡିତ ଲୋକମାନଙ୍କ ପାଇଁ ଏକ ଉତ୍କୃଷ୍ଟ ଖାଦ୍ୟ ଅଟେ । ଯାହା ହୃଦରୋଗୀଙ୍କ ପାଇଁ ଲାଭଦାୟକ ଅଟେ ।
4. ଓଜନ କମାଇବା
- ପ୍ରାୟତଃ ଲୋକମାନେ ସେମାନଙ୍କର ମେଦବହୁଳତା ପାଇଁ ଚିନ୍ତିତ ହୋଇଥାନ୍ତି । ଏଥିପାଇଁ ସେମାନେ ଅନେକ ସପ୍ଲିମେଣ୍ଟ୍ସ ଏବଂ ଘରୋଇ ଉପଚାର ମଧ୍ୟ କରିଥାନ୍ତି, କିନ୍ତୁ ତଥାପି ମେଦବହୁଳତା ହ୍ରାସ କରିବାରେ ସକ୍ଷମ ହୋଇନଥାନ୍ତି, ତେଣୁ ପ୍ରତିଦିନ ଏକ ଗ୍ଲାସ ମୁଗ ଡାଲି ପାଣି ପିଅନ୍ତୁ । ବାସ୍ତବରେ, ଏହି ଡାଲିରେ କ୍ୟାଲୋରୀ କମ୍ ଥାଏ ଏବଂ ଏହା ମେଟାବୋଲିଜିମକୁ ମଧ୍ୟ ବଢାଇଥାଏ, ଯେଉଁ କାରଣରୁ ଓଜନ ହ୍ରାସ କରିବା ସହଜ ହୋଇଥାଏ ।
- ଓଜନ କମ୍ କରାଏ ମୁଗ ଡାଲି । ମୁଗ ଡାଲି ସେବନ କରିବା ଦ୍ୱାରା ଶୀଘ୍ର ଭୋକ ଲାଗିନଥାଏ । ଏଥିରେ ଥିବା ପ୍ରୋଟିନ ଶରୀରର କ୍ଷତିଗ୍ରସ୍ତ ଟିସୁକୁକୁ ନିର୍ମାଣ କରିଥାଏ । ଯାହା ଫଳରେ ଶରରୀରେ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।
5. ଶରୀରକୁ ଡିଟକ୍ସ କରିଥାଏ
ପ୍ରତିଦିନ ମୁଗ ଡାଲି ପାଣି ପିଇବା ଦ୍ୱାରା ଆମ ଶରୀରର ସମସ୍ତ ମଇଳା ବାହାରି ଯାଇଥାଏ, ଯେଉଁ କାରଣରୁ ସମଗ୍ର ଶରୀର ଡିଟକ୍ସ ହୋଇଯାଏ । ଏହା ଶରୀରକୁ ଡିଟକ୍ସ କରି ଲିଭର୍, ଗଲ୍ ବ୍ଲାଡର, ରକ୍ତ ଏବଂ ଅନ୍ତନଳୀକୁ ସଫା କରିବା ପାଇଁ ମଧ୍ୟ କାର୍ଯ୍ୟ କରିଥାଏ । ଯେଉଁଥିପାଇଁ ଅନେକ ରୋଗରୁ ମୁକ୍ତି ମିଳିଥାଏ ।
6. ମଧୁମେହ କଣ୍ଟ୍ରୋଲ୍ କରିଥାଏ
- ଏହା ସହିତ କ୍ୟାଲୋରୀ ପରିମାଣ ବହୁତ କମ୍ ଥିବାବେଳେ ମଧୁମେହକୁ ରୋକିବାରେ ସାହାଯ୍ୟ କରେ ମୁଗ ଡାଲି । ମୁଗ ଡାଲିରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ରହିଛି ଯାହା ଫଳରେ, ଏହା ଶରୀରେ ଇନସୁଲିନ୍, ରକ୍ତ ଗ୍ଲୁକୋଜ ଏବଂ ଚର୍ବି ସ୍ତରକୁ ତଳକୁ ଆଣିବାରେ ସାହାଯ୍ୟ କରେ ।
- ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ ଏବଂ ମଧୁମେହର ଆଶଙ୍କା କମ୍ କରିବାରେ ସାହାଯ୍ୟ କରେ । ଏହା ଶରୀରକୁ ଅନେକ ରୋଗରୁ ରକ୍ଷା କରିବା ବ୍ୟତୀତ ଏହା ଓଜନ ସନ୍ତୁଳିତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ।
- ମୁଗ ଡାଲି ମଧୁମେହକୁ ଭଲ କରିଥାଏ । ଏହି ଡାଲିର ପାଣି ଶରୀରରେ ଇନସୁଲିନର ସ୍ତର ବଢାଇବାରେ ସାହାଯ୍ୟ କରିଥାଏ, ଏହା ସହିତ ବ୍ଲଡ୍ ଗ୍ଲୁକୋଜକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଯେଉଁ କାରଣରୁ ଏହାର ବ୍ୟବହାର ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।
- ମୁଗ ଡ଼ାଲର ବ୍ୟବହାର ଶରୀରରେ ସୁଗାର ମେଟାବୋଲିଜିମର ସ୍ତରକୁ ସନ୍ତୁଳିତ ରଖେ ଏବଂ ଏହି କାରଣରୁ ମଧୁମେହ ନିୟନ୍ତ୍ରିତ ହୁଏ ।
7. ଉତ୍ତମ ପ୍ରୋଟିନ୍
- ମୁଙ୍ଗ ଡାଲ ଶରୀରକୁ ଉତ୍ତମ ପ୍ରୋଟିନ୍, ଭିଟାମିନ ଏ ,ବି ,ସି ଓ ଇ ଦେଇଥାଏ । ଯଦି ଆପଣ ଶରୀରରେ ଦୁର୍ବଳତା ଅନୁଭବ କରୁଛନ୍ତି, ତେବେ ଆପଣ ପ୍ରତିଦିନ ମୁଗ ଡାଲିର ପାଣି ପିଇବା ଉଚିତ୍, କାରଣ ଏଥିରେ ପ୍ରଚୁର ପରିମାଣର ଆଇରନ୍,ଫାଇବର ,ଫୋଲେଟ ,ମଗ୍ନେଶୀୟମ ,ଫସଫରସ , ପୋଟାସିୟମ୍, କ୍ୟାଲସିୟମ୍, ଭିଟାମିନ୍ ବି କମ୍ପ୍ଲେକ୍ସ ଏବଂ ପ୍ରୋଟିନ୍ ଥାଏ । ଯାହା ଆମ ହାଡକୁ ମଜବୁତ କରିବାରେ ସହାୟକ ହୋଇଥାଏ ।
- ମୁଗ ଡାଲିରେ ଆଇରନର ମାତ୍ରା ଅଧିକ ରହିଥାଏ । ଦୁର୍ବଳତା ଅନୁଭବ କରୁଥିଲେ, କିମ୍ବା ଶରୀରରେ ଆଇରନର ଅଭାବ ଥିଲେ, ଏଥିପାଇଁ ପ୍ରତିଦିନ ମୁଗ ଡାଲି ସେବନ କରିବା ବହୁତ୍ ଲାଭଦାୟକ ।
8. ରକ୍ତଚାପ ନିୟନ୍ତ୍ରଣ କରେ
ରକ୍ତଚାପ ନିୟନ୍ତ୍ରଣ କରେ ମୁଗ ଡାଲି । ଶରୀରେ ରକ୍ତଚାପ ନିୟନ୍ତ୍ରଣ ରହିବା ନିହାତି ଆବଶ୍ୟକ । ମୁଗ ଡାଲିରେ ଥିବା ମଗ୍ନେଶୀୟମ ଓ ପୋଟାସିୟମ ଶରୀରର ରକ୍ତଚାପକୁ ନିୟନ୍ତ୍ରିତ ରଖିଥାଏ ।
9. ମୁଣ୍ଡ ବିନ୍ଧା
ମୁଣ୍ଡ ବିନ୍ଧା ସମସ୍ୟା କମ୍ କରିବା ପାଇଁ ,ମୁଗଡାଲି ବହୁତ ଲାଭଦାୟକ । ଏଥିରେ ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଭଳି ଅନେକ ପୋଷକ ତତ୍ବ ଭରି ରହିଥାଏ । ଏହା ପ୍ରତିଦିନ ଖାଇବା ଦ୍ବାରା ମୁଣ୍ଡ ବିନ୍ଧା ସମସ୍ୟା କମ୍ ହୋଇଥାଏ ।
10.ଏକାଗ୍ରତା ବଢାଇଥାଏ
- ସ୍ମୃତିକୁ ଠିକ୍ ରଖିବାରେ ମୁଗଡ଼ାଲିର ଉପକାର ଲାଭଦାୟକ ପ୍ରମାଣିତ ହୁଏ। ମୁଗଡ଼ାଲି ଖାଇବା ମସ୍ତିଷ୍କ ଉପରେ ଭଲ ପ୍ରଭାବ ପକାଇଥାଏ ଏବଂ ମସ୍ତିଷ୍କ ବହୁତ ଭଲ ରହିଥାଏ ।
- ମୁଗ ଡାଲି ଭିତରେ ଭଲ ପରିମାଣର ଆଇରନ ମିଳିଥାଏ । ଯେଉଁଥିପାଇଁ ମସ୍ତିଷ୍କ ସମେତ ଶରୀରର ସମସ୍ତ ଅଙ୍ଗକୁ ଅମ୍ଳଜାନ ଠିକ୍ ଭାବରେ ଯୋଗାଇ ଦିଆଯାଏ । ମୁଗ ତାଲ ଖାଇବା ଏକାଗ୍ରତା ବଢାଇଥାଏ ଏବଂ ସ୍ମୃତି ମଧ୍ଯ ଠିକ୍ ରହିଥାଏ |
11. ଆଖି ପାଇଁ ପ୍ରଭାବଶାଳୀ
ମୁଗଡ଼ାଲି ଖାଇବା ଦାରା ଶରୀରରେ ଭିଟାମିନ୍-C ଅଭାବ ହୁଏ ନାହିଁ ଏବଂ ଭିଟାମିନ୍ C ଆଖି ପାଇଁ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ଯେଉଁମାନେ ସକାଳେ ମୁଗଡ଼ାଲି ଖାଉଛନ୍ତି, ସେମାନଙ୍କର ଦୃଷ୍ଟି ଶକ୍ତି ଠିକ୍ ରହିଥାଏ ।
12. ଚର୍ମ ଚମକିବ
- ମୁଗଡାଲି ଖାଇବା ଦ୍ୱାର ଚେହେରା ଚମକାଇଥାଏ । ଏହା ବ୍ୟତୀତ, ମୁଗ ଡାଲରେ ମୁହଁକୁ ଘଷିବା ଦ୍ୱାରା ଚେହେରାଦେଖାଯାଏ ଚମକ ।
- ମୁଗଡ଼ାଲି ସ୍କ୍ରବ୍ ପ୍ରସ୍ତୁତ କରିବାକୁ,ମୁଗଡ଼ାଲିକୁ ସଠିକ୍ ଭାବରେ ଗ୍ରାଇଣ୍ଡ କରନ୍ତୁ । ତା'ପରେ ମୁଗଡ଼ାଲି ଭିତରେ ଟିକେ ମହୁ ମିଶାନ୍ତୁ । ଏହା ପରେ, ଏହି ଦୁଇଟି ଜିନିଷକୁ ଭଲ ଭାବରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଏହି ପେଷ୍ଟକୁ ହାଲୁକା ହାତରେ ମୁହଁରେ ଲଗାନ୍ତୁ ଏବଂ ଏହାକୁ ମୁହଁରେ ଘଷନ୍ତୁ । କିଛି ସମୟ ସ୍କ୍ରାବ କରିବା ପରେ ଉଷୁମ ପାଣିରେ ମୁହଁ ସଫା କରନ୍ତୁ । ସପ୍ତାହରେ ଦୁଇଥର ଏହି ସ୍କ୍ରବ୍ ଲଗାନ୍ତୁ । ଆପଣଙ୍କ ଚେହେରାର ସମ୍ପୁର୍ଣ୍ଣ ସ୍ଵସ୍ଥ ହୋଇଯିବ ।

0 Comments
Do you have any doubts or suggestions? Ask them here in the comments!